Headlines

କଟକ

ଖେଳ

କଟକ

Latest Updates

ବାଙ୍କିର ନୂଆ ରାଜା ହେଲେ ଦୁର୍ଗାମାଧବ ଟିକାୟତ; ପାରମ୍ପରିକ ରୀତିନୀତିରେ ରାଜ୍ୟାଭିଷେକ ସଂପନ୍ନ

7:29 PM
•

ବାଙ୍କିର ନୂଆ ରାଜା ହେଲେ ଦୁର୍ଗାମାଧବ ଟିକାୟତ; ପାରମ୍ପରିକ ରୀତିନୀତିରେ ରାଜ୍ୟାଭିଷେକ ସଂପନ୍ନ




ବାଙ୍କି: ବାଙ୍କୀରେ ନୂଆ ରାଜାଙ୍କ ଅଭିଷେକ ହୋଇଛି । ନୂଆ ରାଜା ହୋଇଛନ୍ତି ଦୁର୍ଗାମାଧବ ଟୀକାୟତ ।  ମା’ ଚର୍ଚ୍ଚିକାଙ୍କ ଆଦ୍ୟସେବକ ବାଙ୍କୀ ରାଜା ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ଶନିବାର ସକାଳେ ପରଲୋକ ପରେ ନୂଆ ରାଜାଙ୍କ ଅଭିଷେକ ହୋଇଛି । ବାଙ୍କୀଗଡରେ ଦୁର୍ଗାମାଧବ ଟିକାୟତଙ୍କୁ ରାଜଗୁରୁ ରାଜ୍ୟାଭିଷେକ କରାଇଥିଲେ ।
ବାଙ୍କୀର ୨୭ତମ ରାଜା ଭାବେ ଦୁର୍ଗାମାଧବ ଟିକାୟତ ଦାୟିତ୍ୱ ନେବା ପରେ  ରାଜ ଦରବାର ବି ବସିଥିଲା । ଏଥିରେ ବାଙ୍କୀର ରାଜଗୁରୁ, ରାଜପୁରୋହିତ ଉପସ୍ଥିତ ଥିଲେ । ଶନିବାରଦିନ ରାଜା ସାମନ୍ତ ନାରାୟଣ ଶ୍ରୀଚନ୍ଦନ ମହାପାତ୍ରଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଥିଲା।

ରେଭେନ୍ସା ପୁରାତନ ଛାତ୍ର ସଂସଦର ସମାବେଶ : ‘ସମୟଠାରୁ ବହୁ ଆଗରେ ଥିଲା ରେଭେନ୍ସା’

7:25 PM
•


ରେଭେନ୍ସା ପୁରାତନ ଛାତ୍ର ସଂସଦର ସମାବେଶ : ‘ସମୟଠାରୁ ବହୁ ଆଗରେ ଥିଲା ରେଭେନ୍ସା’





କଟକ : ‘ଜ୍ଞାନ ହିଁ ପ୍ରକୃତ କ୍ଷମତା’ (ନଲେଜ୍ ଇଜ୍‌ ପାୱାର)। ୧୮୬୮ ମସିହାରେ ରେଭେନ୍ସା କଲେଜ ପ୍ରତିଷ୍ଠା ସମୟରେ ଏହା ଥିଲା ଅନୁଷ୍ଠାନର ମୂଳମନ୍ତ୍ର। ଏକବିଂଶ ଶତାବ୍ଦୀରେ ସମଗ୍ର ବିଶ୍ବରେ ଏହା ପ୍ରମାଣିତ ହୋଇସାରିଛି ଯେ, ବାସ୍ତବରେ ‘ଜ୍ଞାନ ହିଁ ପ୍ରକୃତ କ୍ଷମତା’। ଏହା ପ୍ରମାଣ କରୁଛି ରେଭେନ୍ସା କଲେଜ ସବୁବେଳେ ସମୟଠାରୁ ବହୁ ଆଗରେ ରହିଆସିଛି। ରେଭେନ୍ସା ପୁରାତନ ଛାତ୍ର ସଂସଦର ସ୍ମାରକୀ ବକ୍ତୃତାମାଳାରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ରାଜ୍ୟସଭା ସଦସ୍ୟ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଡେରେକ୍‌ ଓବ୍ରାଏନ୍‌। ଶ୍ରୀ ଓବ୍ରାଏନ୍‌ କହିଛନ୍ତି, ଜ୍ଞ‌ାନର ଅପବ୍ୟବହାର ହେଉଛି କ୍ଷମତାର ଅପବ୍ୟବହାର।
ରେଭେନ୍ସା କଲେଜ ଓ କଟକ ସହର ସହ ତାଙ୍କ ସ୍ମୃତି ଜଡିତ ହୋଇରହିଛି। ତାଙ୍କ ଅଜା ଡକ୍ଟର ଏ.ପି. ଓବ୍ରାଏନ୍‌ ରେଭେନ୍ସାର କଲେଜର ଜଣେ ପ୍ରସିଦ୍ଧ ଅଧ୍ୟାପକ ଥିଲେ। ତେଣୁ ରେଭେନ୍ସା କଲେଜରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯେତେବେଳେ ତାଙ୍କୁ ନିମନ୍ତ୍ରଣ କରାଗଲା ସେ ବିନା ସଂକୋଚରେ ଆସିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଶ୍ରୀ ବ୍ରାଏନ୍‌ କହିଥିଲେ, ରେଭେନ୍ସା ବିଶ୍ବବିଦ୍ୟାଳୟ ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଅନେକ କିଛି କରିବାକୁ ପଡିବ। ରବର୍ଟ ଫୋଷ୍ଟଙ୍କ ପଙକ୍ତିକୁ ଉଦ୍ଧାର କରି ଶ୍ରୀ ଓବ୍ରାଏନ୍ କହିଲେ ଯେ, ରେଭେନ୍ସା ପୁରାତନ ଛାତ୍ରଛାତ୍ରୀଙ୍କୁ ‌େଶାଇବା ପୂର୍ବରୁ ଅନେକ ବାଟ ଚାଲିବାକୁ ପଡିବ (ମାଇଲ୍ସ ଟୁ ଗୋ ବିଫୋର୍ ଆଇ ସ୍ଲିପ୍)।

ପୁରାତନ ଛାତ୍ର ସଂସଦର ସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଅଭିଭାଷଣ ପ୍ରଦାନ କରି ଶ୍ରୀ ପଟ୍ଟନାୟକ ରେଭେନ୍ସାର ବିକାଶକୁ ତଥା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସକୁ ଏକ ‘ସ୍ବୟଂସମ୍ପୂର୍ଣ୍ଣ ଆବାସିକ କ୍ୟାମ୍ପସ’ ତଥା‌ ଶିକ୍ଷାର ଉପାସନା ପୀଠ ଭାବେ ଗଢିତୋଳିବାରେ ପୁରାତନ ଛାତ୍ରଛାତ୍ରୀ ଅକୁଣ୍ଠ ସହଯୋଗ କାମନା କରିଥିଲେ। ପ୍ରତେକ ବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉପରେ ଗୁରୁତ୍ବ ଦେବା ସହ ଶ୍ରୀ ପଟ୍ଟନାୟକ ରେଭେନ୍ସାର ବିକାଶ ପାଇଁ ସବୁ ପୁରାତନ ଛାତ୍ରଛାତ୍ରୀ ଏକାଠି ହେବାର ଆବଶ୍ୟକ ବୋଲି ମତ ରଖିଥିଲେ। ପୁରାତନ ଛାତ୍ର ସଂସଦର ସାଧାରଣ ସଂପାଦିକା ତଥା ବିଶ୍ବବିଦ୍ୟା‌ଳୟ ସିସିଡି ପ୍ରଫେସର ଡକ୍ଟର ସଂଗୀତା ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ରେଭେନ୍ସାର ଐତିହ ପରମ୍ପରା ସଂପର୍କରେ ତଥ୍ୟ ରଖିଥିଲେ। ଏହା ସହ ଡକ୍ଟର ରଥ ପୁରାତନ ଛାତ୍ର ସଂସଦ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟତମ ଅତିଥି ଭାବେ ରେଭେନ୍ସା ଟ୍ରଷ୍ଟର ଅଧ୍ୟକ୍ଷ ତଥା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ରେଭେନ୍ସା କଲେଜରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ମାନ୍ୟତ୍ୟ ପାଇବା ପର୍ଯ୍ୟନ୍ତ ୧୨ବର୍ଷର ସଂଘର୍ଷ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରଖିଥିଲେ। କୌଣସି ଏକ କଲେଜ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାରେ ରେଭେନ୍ସା ଦେଶ‌େର ପ୍ରଥମ ବୋଲି ଶ୍ରୀ ତିପାଠୀ କହିଥି‌ଲେ। ବିଶ୍ବବିଦ୍ୟାଳୟ କୁଳପତି ଡକ୍ଟର ଇସାନ୍‌ କୁମାର ପାତ୍ର ରେଭେନ୍ସାର ସ୍ବତନ୍ତ୍ରତା ବିଷୟରେ ସେ ଏଠାକୁ ଆସିବା ପରେ ଅନୁଭବ କରିଥିଲେ ବୋଲି କହିଥିଲେ। ରେଭେନ୍ସାକୁ ‘ସେଣ୍ଟର ଅଫ୍‌ ଏକ୍ସିଲେସନ୍’ରେ ପରିଣତ କରିବା ପାଇଁ ଚାଲିଥିବା ଉଦ୍ୟମ ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ପାତ୍ର କହିଥିଲେ, ଆମକୁ ବିକାଶ କରିବାକୁ ହେଲେ ଶହେଟି ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡିବ, ଯେଉଁଥିରୁ ହୁଏତ ୧୦ଟି ଲକ୍ଷ୍ୟ ପୂରଣ ହେବା ସମ୍ଭବ ହେବ। କାର୍ଯ୍ୟକ୍ରମ ଶେଷରେ ବିଶ୍ବବିଦ୍ୟାଳୟର କୁଳସଚିବ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜର୍ମାନୀରେ ରହୁଥିବା ପ୍ରବ‌ାସୀ ଓଡ଼ିଆ ତଥା ରେଭେନ୍ସାର ପୁରାତନ ଛାତ୍ର ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।
 
Copyright © News express . Developed with love iDream Management College Students