Headlines

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ



କଟକ: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ମଙ୍ଗଳବାର ଆଶ୍ୱସ୍ତି ମିଳିଛି। ସାଂସଦ ଜେନାଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ହାଇକୋର୍ଟ ଆଗୁଆ ଜାମିନ ଦେବା ସହିତ ଏକ ସର୍ତ୍ତ ରଖିଛନ୍ତି। ମାମଲାର ତଦନ୍ତ ଅଧିକାରୀ ଗିରଫ କଲେ ଜାମିନରେ ଛାଡ଼ିପାରିବେ। ପୂର୍ବରୁ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା।





ସିସୋର୍‌ ଚିଟ୍‌ଫଣ୍ଡ ମାମଲାରେ ୨୦୧୭, ଜାନୁଆରି ୧୨ ତାରିଖ ଦିନ ସିବିଆଇ ନିକଟରେ ହାଜର ହେବା ପାଇଁ ସାଂସଦ ଶ୍ରୀ ଜେନାଙ୍କୁ ନୋଟିସ ଜାରି କରାଯାଇଥିଲା। କିନ୍ତୁ ସେହିଦିନ ସକାଳୁ ସିବିଆଇ ଟିମ୍‌ ଶ୍ରୀ ଜେନାଙ୍କ ବାଲେଶ୍ବର ମାନସି˚ହ ବଜାର ଘର, ଓଟି ରୋଡରେ ଥିବା ଘର, କାର୍ଯ୍ୟାଳୟ ଓ ତାଙ୍କ ତିନି ଘନିଷ୍ଠ ସହଯୋଗୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢଉ କରିଥିଲା। ସିସୋର ସହିତ ହୋଇଥିବା ୧୮ କୋଟି ଟଙ୍କାର କାରବାର ସ˚ପର୍କରେ ସେ ସନ୍ତୋଷଜନକ ଉତ୍ତର ସିବିଆଇକୁ ଦେଇ ପାରିନାହାନ୍ତି ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ସିସୋର ସହିତ ହୋଇଥିବା କାରବାର ସ˚ପର୍କରେ ପୂର୍ବରୁ ସେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ସ˚ପୂର୍ଣ୍ଣ ଭାବେ ତଦନ୍ତରେ ସହଯୋଗ କରିଥିଲେ। କିନ୍ତୁ ଆକ୍ରୋଶମୂଳକ ଭାବେ ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇ ପାରେ ଦର୍ଶାଇ ସାଂସଦ ଶ୍ରୀ ଜେନା ଆଗୁଆ ଜାମିନ ଲୋଡିଥିବା ଜଣାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଜତ ରଥ ଓ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିବା ବେଳେ ପ୍ରଣୟ କୁମାର ଦାଶ ସହଯୋଗ କରୁଛନ୍ତି।

Share this:

Post a Comment

 
Copyright © News express . Developed with love iDream Management College Students