Headlines

ଆଜି ଆସିବେ ଅମିତ୍‌ ଶାହ

ଆଜି ଆସିବେ ଅମିତ୍‌ ଶାହ

୪ଟି ଜିଲ୍ଲାର ବୁଥ୍‌ କର୍ମକର୍ତ୍ତାଙ୍କୁ ଦେବେ ନିର୍ବାଚନ ମନ୍ତ୍ର



ନିଶ୍ଚିନ୍ତକୋଇଲି : ଆଜି ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆର୍‌ଏମ୍‌ସି ପଡିଆରେ କଟକ, କେନ୍ଦ୍ରାପଡା, ଯାଜପୁର ଓ ଜଗତ୍‌ସିଂହପୁର ଜିଲ୍ଲାର ବିଜେପି ବୁଥ୍‌ ସ୍ତରୀୟ କର୍ମକର୍ତ୍ତାଙ୍କୁ ନିର୍ବାଚନ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବେ। ୬ମାସ ତଳେ ଭୁବନେଶ୍ବରରେ ବୁଥ୍‌ସ୍ତରୀୟ କକର୍ମକର୍ତ୍ତାଙ୍କୁ ଅମିତ୍‌ ଶାହ ଦେଇଥିବା ପରାମର୍ଶ କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ରଣନୀତି କ’ଣ ହେବ, ସେ ସଂପର୍କରେ ଶ୍ରୀ ଶାହ କର୍ମୀଙ୍କୁ ମନ୍ତ୍ରୀ ଦେବେ। କାର୍ଯ୍ୟକ୍ରମରେ ୭୦ହଜାର କର୍ମୀଙ୍କ ସମାବେଶ ହେବ ଓ ୩୦ହଜାର ବୁଥସ୍ତରୀୟ କର୍ମୀ ଏଥିରେ ଯୋଗ ଦେବେ।
ଶାହଙ୍କ ଗସ୍ତ ନେଇ ବିଜେପିର ଅନେକ ବରିଷ୍ଠ ନେତା ନିଶ୍ଚିନ୍ତକୋଇଲିରେ ରହି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରୁଛନ୍ତି ବୋଲି ମାହାଙ୍ଗା ବିଜେପି ଯୁବନେତା ସାରଦା ପ୍ରଧାନ ସୂଚନା ଦେଇଛନ୍ତି। ଶାହଙ୍କ ଗସ୍ତ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମ ପାଇଁ ୧୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଯେଉଁଥିରେ ୨ଜଣ ଅତିରିକ୍ତ ଏସ୍‌ପି, ୪ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର, ୨୫ ଜଣ ଏସ୍‌ଆଇ ଓ ୩୪ଜଣ ଏଏସ୍‌ଆଇଙ୍କୁ ମତୟନ କରାଯାଇଥିବା ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
କାର୍ଯ୍ୟସୂଚୀ ଅନୁଯାୟୀ ଦିନ ସାଢେ ୧୦ଟାରେ ହେଲିକେପ୍ଟରରେ ଶ୍ରୀ ଶାହ ମଧୁ ବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରଠାରେ ପହଞ୍ଚି ମଧୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ସେଠାରୁ ପୁଣି ହେଲିକେପ୍ଟରରେ କୁଳିଆ ଆରଏମ୍‌ସି ପଡିଆରେ ପହଞ୍ଚିବେ। ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ, ଜୁଏଲ ଓରାମ, ଓଡିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟସଭାପତି ବସନ୍ତ ପଣ୍ଡା ପ୍ରମୁଖ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share this:

Post a Comment

 
Copyright © News express . Developed with love iDream Management College Students