Headlines

ବାଲେଶ୍ବର ସଦର ବ୍ଲକରେ ମୋ’ କୁଡିଆ ଯୋଜନାରେ ଦୁର୍ନୀତି ମାମଲା : ଜବାବ ଦାଖଲ ପାଇଁ ସରକାରଙ୍କୁ ଶେଷ ସୁଯୋଗ



ବାଲେଶ୍ବର ସଦର ବ୍ଲକରେ ମୋ’ କୁଡିଆ ଯୋଜନାରେ ଦୁର୍ନୀତି ମାମଲା : ଜବାବ ଦାଖଲ ପାଇଁ ସରକାରଙ୍କୁ ଶେଷ ସୁଯୋଗ



କଟକ : ବାଲେଶ୍ବର ସଦର ବ୍ଲକରେ ‘ମୋ କୁଡିଆ’ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଜବାବ ଦାଖଲ ପାଇଁ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ୨୦୧୬, ସେପ୍ଟେମ୍ବର ୪ରେ ମାମଲାର ଶୁଣାଣି ସମୟରେ ଜବାବ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ସମୟ ଲୋଡା ଯାଇଥିଲା। କିନ୍ତୁ ଏବେ ସୁଦ୍ଧା ମାମଲାରେ ଜବାବ ଦାଖଲ କରାଯାଇ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ମାର୍ଚ୍ଚ ୧୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଥି ପୂର୍ବରୁ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପୀନାଥ ସେଠୀ ମାମଲା ପରିଚାଳନା କରୁଛନ୍ତି।
ମାମଲାରେ ପଞ୍ଚାୟତିରାଜ ସଚିବ, ବାଲେଶ୍ବର ଜିଲ୍ଳାପାଳ, ସଦର ବ୍ଲକ ବିଡିଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଭିଜିଲାନ୍ସ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

Share this:

Post a Comment

 
Copyright © News express . Developed with love iDream Management College Students