Headlines

ନ୍ୟୁଜିଲାଣ୍ଡ ଛାଡ଼ିଲେ କୋହଲି

ନ୍ୟୁଜିଲାଣ୍ଡ ଛାଡ଼ିଲେ କୋହତୌରଙ୍ଗା: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଐତିହାସିକ ସଫଳତା ଲାଭ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ସୋମବାର ସ୍ବଦେଶ ଅଭିମୁଖେ ବାହାରିଛନ୍ତି। ବିଶ୍ବକପ୍ ପୂର୍ବରୁ ଆବଶ୍ୟକ ବିଶ୍ରାମ ପାଇଁ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇ ଦିନିକିଆ ସହ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଦଳରେ ସାମିଲ କରାଯାଇ ନାହିଁ। ଏହି ସମୟକୁ କୋହଲି ନିଜ ପରିବାର ସହ କଟାଇ ପୁଣି ଥରେ ସତେଜ ମନ ଏବଂ ସୁସ୍ଥ ଶରୀର ସହ କ୍ରିକେଟ୍ ପଡ଼ିଆକୁ ଫେରିବା ଲକ୍ଷ୍ୟରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଶେଷ ଦୁଇ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେବେ। ସେହିଭଳି ୧୯ ବର୍ଷରୁ କମ୍ ବିଶ୍ବକପ୍ ଦଳର ଅନ୍ୟତମ ସଦସ୍ୟ ଶୁଭମନ୍ ଗିଲ କୋହଲିଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ଅକ୍ଟୋବର ୨୦୧୭ ପରେ ପ୍ରଥମ ଥର ପାଇଁ ଲଗାତାର ଚାରିଟି ପାଳିରେ ଶତକ ଶୂନ୍ୟ
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନି ଦିନିକିଆରେ କୋହଲି ଯଥାକ୍ରମେ ୪୫, ୪୩ ଓ ୬୦ ରନ୍ କରିଛନ୍ତି। ହେଲେ ୨୦୧୭ ଅକ୍ଟୋବର ପରେ ପ୍ରଥମ ଥର ପାଇଁ ସେ ଲଗାତାର ଚାରିଟି ଦିନିକିଆ ପାଳିରେ ଶତକ ଅର୍ଜନରୁ ବଞ୍ଚିତ ହୋ‌ଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତିନିଟି ଦିନିକିଆ ସହ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ମଧ୍ୟ କୋହଲି ଶତକ ହାସଲ କରି ପାରି ନଥିଲେ। ଶେଷ ଥର ପାଇଁ ସେ ଆଡିଲେଡଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ଅର୍ଜନ କରିଥିଲେ। ୨୦୧୭ ମସିହା ଅକ୍ଟୋବର ୨୨ ତାରିଖରେ ମୁମ୍ବାଇଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୨୧ ରନ୍‌ର ପାଳି ଖେଳିବା ପରେ କୋହଲି ୨୨ ଦିନିକିଆ ପାଳି ଖେଳି ୮ ଶତକ ଏବଂ ୪ ଅର୍ଧଶତକ ହାସଲ କରିଥିଲେ। ଏଥି ମଧ୍ୟରେ ମାତ୍ର ୩ ଥର ପାଇଁ ସେ ୩୦ ରନ୍ ଟପି ପାରି ନାହାନ୍ତି।
୧୯ ବର୍ଷ ବେଳକୁ ମୁଁ ଶୁବମନଙ୍କ ୧୦ ପ୍ରତିଶତ ବି ନଥିଲି: କୋହଲି
ନ୍ୟୁଜିଲାଣ୍ଡ ଛାଡ଼ିବା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଯୁବ ତାରକା ଶୁବମନ ଗିଲ୍‌ଙ୍କର ଭୂୟଶୀ ପ୍ରଶଂସା କରିଛନ୍ତି। ଶେଷ ଦୁଇ ଦିନିକିଆରେ ଶୁବମନ ହିଁ ତାଙ୍କ ସ୍ଥାନ ନେବାର ସମ୍ଭାବନା ଥିବାରୁ କୋହଲି ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଶୁବମନଙ୍କ ବ୍ୟାଟିଂ ଦକ୍ଷତା ଉପରେ ମତ ରଖିବାକୁ ଯାଇ କୋହଲି କହିଛନ୍ତି ଯେ ମୁଁ ତାଙ୍କୁ ନେଟ୍ସରେ ବ୍ୟାଟିଂ କରୁଥିବାର ଦେଖିଛି। ୧୯ ବର୍ଷ ବୟସରେ ମୋ ପାଖରେ ତାଙ୍କ ପ୍ରତିଭାର ୧୦ ପ୍ରତିଶତ ମଧ୍ୟ ନଥିଲା। ଭାରତୀୟ ଦଳକୁ ଏବେ ଅନେକ ପ୍ରତିଭାବାନ ଖେଳାଳି ଆସୁଛନ୍ତି। ପୃଥ୍ବୀ ସ’ ତାଙ୍କୁ ମିଳିଥିବା ସୁଯୋଗକୁ ଦୁଇ ହାତରେ କୁଣ୍ଢାଇ ପକାଇଥିଲେ। ଶୁବମନ ମଧ୍ୟ ସଫଳ ହେବେ ବୋଲି ମୋର ଆଶା ଓ ବିଶ୍ବାସ। ତାଙ୍କ ଆତ୍ମବିଶ୍ବାସ ଦେଖିଲା ଭଳି। ଭାରତୀୟ କ୍ରିକେଟ୍ ପାଇଁ ଏହା ବହୁତ ଭଲ। ଦିନକୁ ଦିନ ଭାରତୀୟ କ୍ରିକେଟ୍‌ର ସ୍ତର ବଢ଼ି ବଢ଼ି ଚାଲିଛି। କୋହଲିଙ୍କ ଅବିକଳ ନକଲର ଆଖ୍ୟ ପାଇଥିବା ଶୁବମନ ଗତବର୍ଷର ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ୪୧୮ ରନ୍ କରିଥିଲେ। ଗତ ରଣଜୀ ଋତୁରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଥିଲେ।

ଲି

Share this:

Post a Comment

 
Copyright © News express . Developed with love iDream Management College Students