Home
>
ଖେଳ
> ନ୍ୟୁଜିଲାଣ୍ଡ ଦଳରେ ନିସାମ ଓ ଆସ୍ଲେ
ନ୍ୟୁଜିଲାଣ୍ଡ ଦଳରେ ନିସାମ ଓ ଆସ୍ଲେ
By
Subrat Naik
•
9:55 PM
•
ଖେଳ
•
ନ୍ୟୁଜିଲାଣ୍ଡ ଦଳରେ ନିସାମ ଓ ଆସ୍ଲେ
ଶେଷ ଦୁଇ ଦିନିକିଆ ଲାଗି ନ୍ୟୁଜିଲାଣ୍ଡ ନିଜ ଦଳରେ ଅଲରାଉଣ୍ଡର ଜେମ୍ସ ନିସାମ ଏବଂ ଲେଗ୍ ସ୍ପିନର ଟଡ୍ ଆସ୍ଲେଙ୍କୁ ସାମିଲ କରିଛି। ନିସାମ ଦ୍ରୁତ ବୋଲିଂ ଅଲରାଉଣ୍ଡର ଡଗ୍ ବ୍ରାସୱେଲ୍ ଏବଂ ଆସ୍ଲେ ସ୍ପିନର ଈଶ୍ ସୋଢ଼ୀଙ୍କ ସ୍ଥାନ ନେଇଛନ୍ତି। ନିସାମ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ପରେ ଦଳରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିଲେ। ଅନ୍ୟ ପକ୍ଷରେ ଆସଲେ ଆଣ୍ଠୁରେ ଆଘାତ ଲାଗିବା ପରେ ନ୍ୟୁଜିଲାଣ୍ଡ ଦଳରେ ସ୍ଥାନ ପାଇ ନଥିଲେ। ହେଲେ ଉଭୟ ଘରୋଇ କ୍ରିକେଟ୍ ଖେଳି ନିଜ ସୁସ୍ଥତାର ପରିଚୟ ଦେଇ ସାରିଥିବାରୁ ଚୟନକର୍ତା ସେମାନଙ୍କୁ ଭାରତ ଶୃଙ୍ଖଳାର ଶେଷ ଦୁଇ ଦିନିକିଆ ଲାଗି ବିଚାରକୁ ନେଇଛନ୍ତି। ନିସାମଙ୍କ ୪୪ ଦିନିକିଆ ଖେଳିବାର ଅଭିଜ୍ଞତା ରହିଛି। ଆସ୍ଲେ ପୂର୍ବରୁ ମାତ୍ର ୬ ଦିନିକିଆ ଖେଳିଛନ୍ତି।
SIMILAR ARTICLES
Post a Comment